ସ୍ନେହ ମମତାରେ ଏ ସାରା ସଂସାରେମାଆ ପରି କେହି ନାହିଁନାହିଁ କେ ଜଗତେ ଏଡ଼େ ଧନୀ ସତେତା ଋଣ ସୁଝିବା ପାଇଁ......!୧!ଶିଖାଇଛି ଯାହା ପିଲାଦିନେ ମାଆପାଶୋରି ନ ଯିବ ମନୁସେ ସଂସ୍କାର ଶିକ୍ଷା ସ୍ୱାଭିମାନ ଦୀକ୍ଷାବଢୁ ଥିବ ଦିନ ଦିନୁ....!୨!ନିଜ ବକ୍ଷ ଚିରି ଅମୃତ ପିଲାଇକରିଲା ଆମକୁ ବଡ଼ସେ ଅମୃତମୟୀ ମାଆ ପାଇଁ କେବେଆଣିବାନି ମନେ ଝଡ.....!୩!କେତେ ଦୁଃଖ କଷ୍ଟ ସହି ଅବିରତତୁମ ଇଚ୍ଛା କରେ ପୁର୍ଣ୍ଣସେହି ପୁଣ୍ୟମୟୀ ଜନନୀ ପୟରେରଖିବ ସର୍ବଦା ମନ....!୪!ପଢ଼ି ନାହିଁ ଯିଏ ମାଆର ମୁଖକୁସେ କି ବୁଝେ ମାଆ ଦୁଃଖସେତ ମହାପାପୀ ସୁଖରେ ଦୁଃଖରେଦେଖେ ନାହିଁ ମାଆ ମୁଖ......!୫!ଦୋୖଲତ ରେ ସବୁ କିଣି ପାର ତୁମେମା ବାପା ମିଳିବେ ନାହିଁସେ ସୁଧା ଚରଣେ ସମ୍ମାନ ଦେବାକୁକୁଣ୍ଠାବୋଧ କର କାହିଁ......!୬!ବଡ଼ ହେଲେ ତୁମେ ହୁଏକି ସେ କେବେତୁମଠୁ ଅଧିକ ସାନ..?ବଢ଼ି ଗଲେ ତୁମ ସମ୍ମାନ କି ଯଶକମି ଯାଏ କି ତା ମାନ..??!୭!ତାହାରି ସନ୍ତାନ ହୋଇ ତୁମେ ଆଜିଭୂଲିଗଲ ପଛ ସ୍ମୃତିଗଛ ଯେତେ ବଡ଼ ଫଳ ତା ତଳକୁନୁହେଁ କେବେ ଉର୍ଦ୍ଧ ଗତି....!୮!ଏତିକି ବୀନତି ରଖିବ ମୋ ସାଥୀକରିବା ମାଆ ର ସେବାଗୃହ ମନ୍ଦିରରେ ସାକ୍ଷାତ ଇଶ୍ୱରୀସର୍ବଦା ସମ୍ମାନ ଦେବା....!୯!ଅରୁଣ କୁମାର ମହାନ୍ତିଇଷାଣପୁର,ଯାଜପୁର


0 Comments